ବ୍ଲକ ରୋଡ୍‌ରୁ ବାଇକ୍‌ ଚୋରି ଅଭିଯୋଗ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରୋଡ୍‌ରୁ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଚୋରି ଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ପାଇପ ମିସ୍ତ୍ରୀ କୁଟେଶ୍ବର ପ୍ରଧାନ ବ୍ଲକ ରୋଡ୍‌ରେ ଜଣେ ବ୍ୟକ୍ତିଙ୍କ ଘରେ ପାଣି ପାଇପ ମରାମତି କରିବା ପାଇଁ ଯାଇ ନିଜ ବାଇକ୍‌ (କେଏ-୨୦କ୍ୟୁ-୪୧୭୧)କୁ ଏକ ଦୋକାନ ସମ୍ମୁଖରେ ରଖିଥିଲେ। ମରାମତି କାର୍ଯ୍ୟସାରି ଆସି ଦେଖିଲା ବେଳକୁ ବାଇକ୍‌ଟି ସେଠାରେ ନ ଥିଲା। ସେ ବହୁ ଖୋଜାଖୋଜି କରିବା ପରେ ବାଇକ୍‌ଟି ନ ପାଇ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share