Ranchi: India's Rohit Sharma celebrates his double century during 2nd day of the 3rd cricket test match against South Africa at JSCA Stadium in Ranchi, Sunday, Oct. 20, 2019. (PTI Photo/Ashok Bhaumik) (PTI10_20_2019_000065B)
ରାଞ୍ଚତ୍, ୨୧।୧୦- ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମା (୨୧୨ ରନ) କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିବା ଅବସରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ଆଭରେଜ ହାସଲ କରିବାରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସାର୍ ଡନ୍ ବ୍ରାଡ୍ମ୍ୟାନଙ୍କ ନାମରେ ରହିଥିବା ୭୧ ବର୍ଷର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଘରୋଇ ମାଟିରେ ଅତିକମ୍ରେ ୧୦ଟି ଟେଷ୍ଟ ଇନିଂସ ଖେଳି ସର୍ବାଧିକ ଆଭରେଜ ହାସଲ କରିବାରେ ଏବେ ରୋହିତ୍ ତାଲିକାର ଶୀର୍ଷରେ ରହିଛନ୍ତି। ଘରୋଇ ମାଟିରେ ରୋହିତ୍ ବର୍ତ୍ତମାନ ସୁଦ୍ଧା ୧୮ ଟେଷ୍ଟ ଇନିଂସରୁ ୧୨୯୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଆଭରେଜ ୯୯.୮୪ ରହିଛି। ଏହି ତାଲିକାର ୨ୟ ସ୍ଥାନରେ ବ୍ରାଡ୍ମ୍ୟାନ (୯୮.୨୨) ରହିଛନ୍ତି। ବ୍ରାଡ୍ମ୍ୟାନ ୫୦ ଟେଷ୍ଟ ଇନିଂସରୁ ୪୩୨୨ ରନ କରିଛନ୍ତି। ଯଦି ପରବର୍ତ୍ତୀ ଘରୋଇ ଟେଷ୍ଟ ମ୍ୟାଚ୍ରେ ରୋହିତ୍ ବଡ଼ ସ୍କୋର କରିବାରେ ବିଫଳ ହୁଅନ୍ତି ତେବେ ଶୀର୍ଷ ସ୍ଥାନ ହରାଇବାର ସମ୍ଭାବନା ରହିଛି।