Austin: Mercedes driver Lewis Hamilton, left, of Britain, celebrates as Mercedes driver Valtteri Bottas, middle, of Finland, and Red Bull driver Max Verstappen, of the Netherlands, watch following the Formula One U.S. Grand Prix auto race at the Circuit of the Americas, Sunday, Nov. 3, 2019, in Austin, Texas.AP/PTI(AP11_4_2019_000014B)
ଅଷ୍ଟିନ, ୫ା୧୧ (ଏଏଫ୍ପିି)-ଲୁଇସ୍ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍ ଓପନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ରେ ଦ୍ୱିତୀୟ ସ୍ଥାନ ସହ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ଘଟଣାବହୁଳ ରେସ୍ରେ ହାମିଲଟନଙ୍କ ଟିମ୍ମେଟ ଭାଲଟେରୀ ବୋଟାସ ପ୍ରଥମ ସ୍ଥାନ ଅଧିକାର କରିବା ସହ ଏଠାରେ ଟାଇଟଲ ବିଜୟୀ ହୋଇଛନ୍ତି। ବ୍ରିଟେନର ୩୪ ବର୍ଷୀୟ ଡ୍ରାଇଭର ହାମିଲଟନ ଏଠାରେ ଗ୍ରୀଡ୍ର ୫ମ ସ୍ଥାନରୁ ରେସ୍ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ସ୍ଥାନ ସହ ବିଶ୍ୱ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିଲେ, ମାତ୍ର ପୋଲ୍ ପୋଜିଶନରୁ ରେସ୍ ଆରମ୍ଭ କରିଥିବା ଫିନ୍ଲାଣ୍ଡର ବେଟାସଙ୍କ ସହିତ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ରେସ୍ରେ ହାମିଲଟନ ଦୁଇଥର ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଅନ୍ତିମ ୩ଟି ଲାପ୍ରେ ବୋଟାସ ତାଙ୍କୁ ପଛରେ ପକାଇ ଦେଇଥିଲେ। ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କ କ୍ୟାରିୟରର ୧୫୦ତମ ପୋଡିୟମ ଫିନିଶ କରିବାରେ ସଫଳ ରହିଥିଲେ। ଏହାଛଡ଼ା ସେ କ୍ରମାଗତ ଭାବେ ୩୧ଥର ପଏଣ୍ଟ ଅର୍ଜନ କରିପାରିଛନ୍ତି। ୬ଷ୍ଠ ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ଟାଇଟଲ ହାସଲ କରିବା ଦ୍ୱାରା ହାମିଲଟନ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷହେବାଠାରୁ ସେ ଆଉ ଏକ ପାଦ ପଛରେ ରହିଛନ୍ତି। ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହୋଇ ପାରିଛନ୍ତି। ହାମିଲଟନ ଏହା ପୂର୍ବରୁ ୨୦୦୮, ୨୦୧୪, ୨୦୧୫, ୨୦୧୭ ଏବଂ ୨୦୧୮ରେ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଟପ୍ ଟେନ୍ରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଚାଲର୍ସ ଲେକ୍ରେକ୍ (ଫେରାରି), ଆଲେକ୍ଜାଣ୍ଡର ଆଲବନ୍ (ରେଡ୍ବୁଲ୍), ଡାନିଏଲ ରିକାର୍ଡୋ(ରେନଲ୍ଟ), ଲାଣ୍ଡୋ ନୋରିସ (ମ୍ୟାକଲରେନ), କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକଲରେନ), ନିକୋ ହକେନବର୍ଗ (ରେନଲ୍ଟ), ସର୍ଗିଓ ପେରେଜ (ରେସିଂ ପଏଣ୍ଟ)। ହାମିଲଟନ କହିଛନ୍ତି ମୋ ପାଇଁ ଏହି ରେସ୍ ଖୁବ୍ କଠିନ ଥିଲା। ଟିମ୍ମେଟ ବୋଟାସଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା।