Baku: Mercedes driver Valtteri Bottas of Finland celebrates after winning the Formula One Grand Prix at the Baku Formula One city circuit in Baku, Azerbaijan, Sunday, April 28, 2019
ବାକୁ, ୨୯ା୪ (ଏଏଫ୍ପି)-ମର୍ସିଡିଜ୍ ଟିମ୍ମେଟ୍ ଲୁଇସ୍ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍ ଜିତିଛନ୍ତି। ଏଥିସହିତ ସେ ୨୦୧୯ ଡ୍ରାଇଭର୍ସ ଟାଇଟଲ ରେସ୍ରେ ପ୍ରଥମ ସ୍ଥାନକୁ ଫେରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ରେସ୍ରେ ବୋଟାସ ଦ୍ୱିତୀୟ ସ୍ଥାନରେ ଥିବା ହାମିଲଟନଙ୍କଠାରୁ ୧.୫ ସେକେଣ୍ଡ ଆଗରେ ରହିଥିଲେ। ଫଳରେ ମର୍ସିଡିଜ ସିଜନ ଓପନିଂରେ କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛନ୍ତି। ପୂର୍ବରୁ ଫେରାରୀ ପ୍ରଥମ ଟିମ୍ ଭାବେ ଏହି ସଫଳତା ୧୯୫୨ରେ ହାସଲ କରିଥିଲା। ବୋଟାସଙ୍କର ଚଳିତ ସିଜନରେ ଏହା ହେଉଛି ଦ୍ୱିତୀୟ ଟାଇଟଲ। ରେସ୍ରେ ଟପ୍ ୧୦ରେ ରହିଥିବା ଅନ୍ୟ ଡ୍ରାଇଭରମାନେ ଯଥାକ୍ରମେ ହେଲେ-ସେବାଷ୍ଟିଆନ ଭେଟେଲ (ଫେରାରି), ମାକ୍ସ ଭର୍ଷ୍ଟାପେନ୍(ରେଡବୁଲ୍), ଚାର୍ଲସ ଲେକଲେର୍କ (ଫେରାରି), ସର୍ଗିଓ ପେରେଜ(ରେସିଂ ପଏଣ୍ଟ), କାର୍ଲୋସ ସେଞ୍ଜ୍ ଜୁନିୟର(ମ୍ୟାକ୍ଲରେନ), ଲାଣ୍ଡୋ ନୋରିସ(ମ୍ୟାକ୍ଲରେନ), ଲାନ୍ସ ଷ୍ଟ୍ରୋଲ୍(ରେସିଂ ପଏଣ୍ଟ), କିମି ରାଇକୋନେନ (ଆଲ୍ଫା ରୋମିଓ)।