BRISBANE, AUSTRALIA - NOVEMBER 16: Faf du Plessis speaks at a press conference before a South Africa International T20 training session at Allan Border Field on November 16, 2018 in Brisbane, Australia. (Photo by Bradley Kanaris/Getty Images)
ମୁମ୍ବାଇ, ୨୬ା୭ (ପି.ଟି.)- ୟୁରୋ ଟି୨୦ ସ୍ଲାମ୍ ଟୁର୍ନାମେଣ୍ଟରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍ ଡୁ’ପ୍ଲେସି ବେଲ୍ଫାଷ୍ଟ ଟାଇଟାନ୍ସ ଫ୍ରାଞ୍ଚାଇଜ୍ ଦଳରେ ଯୋଗ ଦେଇଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସରେ ଖେଳାଯିବ। ଜୁଲାଇ ୧୯ରେ ଖେଳାଳି ନିଲାମ ହେବାର ଏକ ସପ୍ତାହ ପରେ ବେଲ୍ଫାଷ୍ଟ ଟାଇଟାନ୍ସ ଡୁ’ପ୍ଲେସିଙ୍କୁ ଜଣେ ସପ୍ଲିମେଣ୍ଟାରୀ ଖେଳାଳି ହିସାବରେ ଦଳରେ ସାମିଲ କରିଛି। ୩୫ ବର୍ଷୀୟ ଡୁ’ପ୍ଲେସି ୫୮ଟେଷ୍ଟ ଏବଂ ୧୪୩ ଅନ୍ତର୍ଜାତୀୟ ଦିନିକିଆ ସମେତ ୪୪ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଇଆନ ପଣ୍ଟ୍ଙ୍କ ଅଧୀନରେ ବେଲ୍ଫାଷ୍ଟ ଆଇକନ ଖେଳାଳି ଶାହିଦ ଆଫ୍ରିଦି ଏବଂ ମାର୍କି ଖେଳାଳି ଜେପି ଡୁମିନିଙ୍କ ସହିତ ଖେଳିବେ। ତାଙ୍କର ଅନ୍ୟ ଟିମ୍ମେଟ୍ମାନଙ୍କ ମଧ୍ୟରେ ରହିଛନ୍ତି କଲିନ୍ ଇନ୍ଗ୍ରାମ, ମହମ୍ମଦ ଇଲିୟାସ ଏବଂ ମିଚେଲ ମ୍ୟାକ୍କ୍ଲିନହାନ୍।