ବେଲଗଛ କେଉଁଠି ରହିଲେ ଶୁଭ, ପଡେନାହିଁ ଖରାପ ଦୃଷ୍ଟି

ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର ।ଶିବପୁରାଣ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଘରେ ବେଲଗଛ ରହିଥାଏ, ସେହି ଘର ଉପରକୁ କାହାର ଖରାପ ଦୃଷ୍ଟି ପଡେନାହିଁ । ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ତେବେ ବେଲଗଛ ଘରର କେଉଁ ସ୍ଥାନରେ ରହିଲେ ଶୁଭ ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଘରର ଉତ୍ତର- ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ବ୍ୟକ୍ତି ତେଜସ୍ବୀ ତଥା ଉର୍ଜାବାନ ହୋଇଥାନ୍ତି ।

* ସେହିପରି ଦକ୍ଷିଣ-ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ପରିବାରରେ ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏହି ଦିଗରେ ବେଲଗଛ ଲଗାଇବା ଶୁଭ ହୋଇଥାଏ ।

* କୁହାଯାଏ, ଘରର ଠିକ୍‌ ମଧ୍ୟ ଭାଗରେ ବେଲଗଛ ଲଗାଇଲେ ପରିବାର ସଦସ୍ୟଙ୍କ ଭିତରେ କୁଆଡେ ବୁଝାମଣା ବୃଦ୍ଧି ପାଇବା ସହ ସ୍ନେହପ୍ରେମ ବଢିଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ଘରର ଅଗଣାରେ ବେଲଗଛ ରହିଥାଏ, ସେହି ଘରୁ ସମସ୍ତ ନକାରାତ୍ମକ ଊର୍ଜା ନଷ୍ଟ ହୋଇ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ। ତା’ଛଡା ଉକ୍ତ ଘରକୁ କୌଣସି ତନ୍ତ୍ର ଶକ୍ତି ପ୍ରବେଶ କରିପାରେ ନାହିଁ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

* ତେଣୁ କୌଣସି ବ୍ୟକ୍ତିଙ୍କ ଘରେ ଯଦି ବେଲଗଛ ଲଗାଇବା ପାଇଁ ଖୋଲା ଜାଗା ନାହିଁ, ସେ କ୍ଷେତ୍ରରେ ଫୁଲକୁଣ୍ଡରେ ବେଲଗଛ ଲଗାଇ ଘର ଭିତରେ ରଖିପାରିବେ।

ଗଛ ଟିକେ ବଡ ହୋଇଗଲେ ତାକୁ ମନ୍ଦିର କିମ୍ବା ତୀର୍ଥସ୍ଥଳୀରେ ଦାନ ଆକାରରେ ଦେଇ ପୁଣି ଛୋଟ ବେଲଗଛଟିଏ ଆଣି କୁଣ୍ଡରେ ଲଗାଇ ଘରେ ରଖିଦେବେ ।

Share