Real Madrid's players congratulate Karim Benzema, second right, after he scored his side's opening goal during the Spanish La Liga soccer match between Eibar and Real Madrid at Ipurua stadium, in Eibar, northern Spain, Saturday, Nov. 9, 2019. (AP Photo/Alvaro Barrientos)
ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍ ଶନିବାର ଏକ ବୃହତ୍ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ ଦେଇଛି। ଷ୍ଟାର୍ଟିଂ ଏକାଦଶରେ ସ୍ଥାନ ପାଇଥିବା ବେଞ୍ଜାମା ମ୍ୟାଚ୍ର ୧୭ତମ ମିନିଟ୍ରେ ଦଳୀୟ ଖାତା ଖୋଲିଥିଲେ। ଏହାର ୪ ମିନିଟ୍ ପରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି, ଯାହାକୁ ସେର୍ଗିଓ ରାମୋସ ଗୋଲରେ ପରିଣତ କରିଥିଲେ। ପୁଣି ୨୯ତମ ମିନିଟ୍ରେ ମିଳିଥିବା ପେନାଲ୍ଟି ଜରିଆରେ ବେଞ୍ଜାମା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ରିଅଲ ମାଡ୍ରିଡ୍ ୩-୦ ଗୋଲର ଅଗ୍ରଣୀ ହାସଲ କରିସାରିଥିଲା। ଦ୍ୱିତୀୟାର୍ଦ୍ଧରେ ଫେଡେରିକୋ ଭାଲଭେର୍ଡେ (୬୧ତମ ମିନିଟ୍) ଦଳ ପାଇଁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଯୋଗୁ ଲା ଲିଗା ପଏଣ୍ଟ ଟେବୁଲରେ ରିଅଲ ମାଡ୍ରିଡ୍ ୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏପର୍ଯ୍ୟନ୍ତ ୧୨ ମ୍ୟାଚ୍ ଖେଳିଥିବା ଦଳ ୭ ବିଜୟ ଓ ୪ ମ୍ୟାଚ୍ ଡ୍ର’ ରଖିଛି। ସମାନ ସଂଖ୍ୟକ ପଏଣ୍ଟ ଥିଲେ ମଧ୍ୟ ଡିଫେଣ୍ଡ ଚାମ୍ପିୟନ ଗୋଲର ବ୍ୟବଧାନ ଯୋଗୁ ବାର୍ସିଲୋନା ଟେବୁଲର ଶୀର୍ଷରେ ରହିଛି।