ବେଆଇନ ମଦ ଦୋକାନ ଭାଙ୍ଗିଲେ ଅସନ୍ତୁଷ୍ଟ ମହିଳା

ଖଇରା, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରାଇଗଢିଆ ଗ୍ରାମରେ ଗତ ୫ବର୍ଷରୁ ଊର୍ଦ୍ଧ୍ୱ ହେଲା ବେଆଇନ ମଦ ବିକ୍ରୟ କେନ୍ଦ୍ର ଚାଲିଥିବା ଅଭିଯୋଗ ହୋଇଥିଲା। ଧୀରେ ଧୀରେ ଗ୍ରାମ ପରିବେଶ ଅଶାନ୍ତ ହୋଇ ପଡିଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ପରିବାରରେ ବିଶୃଙ୍ଖଳା ଦେଖାଦେଇଥିଲା। ଏନେଇ ବହୁ ଥର ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ଫଳ ମିଳିଲାନି। ଶେଷରେ ଅଣ୍ଟା ଭିଡିଥିଲେ ମହିଳା ଗୋଷ୍ଠୀ ା ଗୁରୁବାର ଉକ୍ତ ମଦ ବିକ୍ରେତାଙ୍କ ଘରକୁ ଯାଇ ଗଚ୍ଛିତ ଥିବା ମଦକୁ ଆଣି ସର୍ବସମ୍ମୁଖରେ ନଷ୍ଟ କରିଥିଲେ।