??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ କହନ୍ତି, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଗଛ ବଞ୍ଚିଲେ ଯାଇ ଆମ ପରିବେଶ ସୁରକ୍ଷିତ ରହିବ। ଏହି ବାର୍ତ୍ତା ବାଣ୍ଟି ସେ ସମସ୍ତଙ୍କୁ ସଚେତନ କରିଆସୁଛନ୍ତି। ଏଥିସହ ସେ ଶିକ୍ଷକତା କରୁଥିବା ବିଦ୍ୟାଳୟ ପରିସରରେ ବିଭିନ୍ନ ଫୁଲ, ଫଳ ଗଛ ଲଗାଇ ପରିବେଶ ନିଆରା କରି ଗଢ଼ି ତୋଳିଛନ୍ତି। ଅନିଲ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଅନିଲଙ୍କ ଘର ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ ଜଗନ୍ନାଥବାଡ଼ି ଗଁାରେ। ସେ ଉଚ୍ଚଶିକ୍ଷା ଲାଭ କରି ୨୦୦୯ରେ ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୧୦ରୁ ସେ ବିଦ୍ୟାଳୟ ପରିସରରେ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ସେବେଠାରୁ ସେ ଏହାକୁ ନିଜ କର୍ତ୍ତବ୍ୟର ଏକ ଅଂଶ ଭାବି ବିଭିନ୍ନ ଅଞ୍ଚଳରେ ଗଛ ଲଗାଇ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇଥିବା କହନ୍ତି। ସେ ଲଗାଇଥିବା ଆମ୍ବ ଗଛରେ ଚଳିତବର୍ଷ ପ୍ରଥମ ଥର ଆମ୍ବ ଫଳିଛି। ଆଉ ଦୁଇବର୍ଷ ହେଲା ନଡ଼ିଆ ଫଳୁଛି। ପ୍ରତିବର୍ଷ ପାଚିଲା କଦଳୀ ମଧ୍ୟ ତୋଳା ଯାଉଛି। ଏସବୁ ଗଛକୁ ଛାଡ଼ିଦେଲେ ବିଦ୍ୟାଳୟ ପ୍ରାଙ୍ଗଣରେ ସେ ସୃଷ୍ଟି କରିଛନ୍ତି ସୁନ୍ଦର ଫୁଲ ବଗିଚା। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ବଗିଚାରେ ଅଶୋକ, ମନ୍ଦାର, ଗୋଲାପ, ଗେଣ୍ଡୁ, ଚମ୍ପା, କରବୀର, ବକର ମଲ୍ଲିଆ, କନିଅର ଆଦି ବିଭିନ୍ନ ପ୍ରଜାତିର ଫୁଲ ଗଛ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ବିଦ୍ୟାଳୟର ବିଭିନ୍ନ ପାର୍ଶ୍ୱରେ ସେ ପନିପରିବା ଚାଷ କରିଛନ୍ତି। ଅମୃତଭଣ୍ଡା, କଞ୍ଚା କଦଳୀ, ସଜନା ବ୍ୟତୀତ ବିମ୍, ବାଇଗଣ, ବିଲାତି ବାଇଗଣ, ପାଳଙ୍ଗ, କୋଶଳା ଆଦି ଶାଗ ଋତୁକାଳୀନ ପରିବା ଗଛ ଲଗାଉଛନ୍ତି। ବର୍ଷ ସାରା ପିଲାମାନଙ୍କ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଏହା ସହାୟକ ହୋଇପାରୁଛି। ଏଥିପାଇଁ ସେ ଛାତ୍ରୀଛାତ୍ର, ଶିକ୍ଷକ ଅଭିଭାବକମାନଙ୍କ ଗହଣରେ ପ୍ରିୟଭାଜନ ହୋଇପାରିଛନ୍ତି।
ବିଦ୍ୟାଳୟରେ କ୍ଲାସ ଆରମ୍ଭ ପୂର୍ବରୁ ଓ ସରିବା ପରେ ତାଙ୍କ ହାତରେ ଥାଏ କୋଡ଼ି, କୋଦାଳ ଆଉ ଶାବଳ। ପ୍ରତିଦିନ ଏହି ସମୟରେ ସେ ମାଟି ହାଣିବାଠାରୁ ଆରମ୍ଭ କରି ଗଛ ଲଗାଇବା, ପାଣି ଦେବା ଓ ଲଗାଇଥିବା ଗଛର ଯତ୍ନ ନେବାରେ ଲାଗିପଡ଼ନ୍ତି। ତାଙ୍କର ଏହି ଶ୍ରମ ତାଙ୍କୁ ଗଛ ମଣିଷର ପରିଚୟ ଦେଇଛି। ବର୍ତ୍ତମାନର ପରିସ୍ଥିତିରେ ଚାରାରୋପଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ସେ କହନ୍ତି।
ଫଟୋ-