ବୁଢାବଳଙ୍ଗ ନଦୀପଠାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବଡ଼ସାହି,୭।୧୨(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଡିଙ୍ଗିରା ଗ୍ରାମର ବୁଢାବଳଙ୍ଗ ନଦୀପଠାରେ ଶନିବାର ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏ ନେଇ ଗ୍ରାମବାସୀ ପୋଲିସକୁ ଜଣାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହ ଚିହ୍ନଟ ହୋଇପାରିନାହିଁ। ଉକ୍ତ ନଦୀଘାଟରେ ବେଆଇନ ବାଲି ଉତ୍ତୋଳନ ପାଇଁ ସପ୍ତାହ ଧରି ତିକ୍ତତା ଲାଗିଥିବାରୁ ଏହା ହତ୍ୟାକାଣ୍ଡ ବା ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଅପଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାର ତଦନ୍ତ ପାଇଁ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର ଦାବି କରିଛନ୍ତି ।