Categories: Home Leftଖେଳ

ବିହାର ରଣ୍‌ଜୀ ଦଳରେ ଆଦିତ୍ୟ ବର୍ମାଙ୍କ ପୁଅ

ନୂଆଦିଲ୍ଲୀ, ୩୧ା୧୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସ୍ପଟ୍‌ଫିକ୍ସିଂ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି ଆଦିତ୍ୟ ବର୍ମାଙ୍କ ପୁଅ ବିହାର ରଣଜୀ ଦଳରେ ସ୍ଥାନ ପାଇଛନ୍ତି। ୨୦୧୩ରେ ବର୍ମା ବିହାରର ଅନଧିକୃତ କ୍ରିକେଟ ଅସୋସିଏଶନ ଅଫ୍‌ ବିହାର (ସିଏବି)ର ସମ୍ପାଦକ ଥିବାବେଳେ ସେ ସ୍ପଟ ଫିକ୍ସିଂ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରୋଧରେ ପିଟିଶନ ଦାଖଲ କରିଥିଲେ। ଯଦ୍ଦ୍ବାରା ସେ ସମୟରେ କ୍ରିକେଟର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ବିବେଚନା କରାଯାଉଥିବା ଏନ୍‌. ଶ୍ରୀନିବାସନଙ୍କୁ କୋର୍ଟକୁ ଟାଣି ଆଣିଥିଲେ। ବର୍ମା ଏବେ ଆତ୍ମ ତୃପ୍ତି ମିଳିଛି। ତାଙ୍କ ପୁଅ ଲଖନ ରାଜା ଯିଏକି ଜଣେ ବାମହତୀ ଓପନିଂ ବ୍ୟାଟ୍ସମ୍ୟାନ ସେ ବିହାର ରଣ୍‌ଜୀ ଦଳରେ ସ୍ଥାନ ପାଇଛନ୍ତି। ବିହାର ଏହାର ପରବର୍ତ୍ତୀ ଗେମ୍‌ ପାଟନାଠାରେ ମିଜୋରାମ ବିପକ୍ଷରେ ଖେଲିବ। କ୍ରିକେଟରେ ଦୁର୍ନୀତି ଯୋଗୁ ତାଙ୍କ ପ୍ରତିଭାସମ୍ପନ୍ନ ପୁଅ ଉଚ୍ଚ ସ୍ତରରେ ଖେଳିବା ଲାଗି ସୁଯୋଗ ପାଇ ନ ପାରେ ବୋଲି ତାଙ୍କ ମ ନରେ ଧାରଣା ସୃଷ୍ଟି ହୋଇଥିଲା। ତାହା ଏବେ ଦୂର ହୋଇଛି। କୌତୂହଳର କଥା କଥା ଏହିକି ଯେ, ତାଙ୍କ ପୁଅ ଏବେ ଶ୍ରୀନିବାସନଙ୍କ କମ୍ପାନୀ ଇଣ୍ଡିଆ ସିମେଣ୍ଟ୍ସରେ ଚାକିରୀ କରିଛି। ବର୍ମା ଏବେ ୩୬୦ ଡିଗ୍ରୀ ୟୁଟର୍ନ କରିଛନ୍ତି। ଭାରତୀୟ କ୍ରିକେଟକୁ ଶ୍ରୀନିବାସନଙ୍କ ଭଳି ଜଣେ ପ୍ରଶାସକ ଭାରତୀୟ ଆବଶ୍ୟକ ବୋଲି କହିଛନ୍ତି। ଶ୍ରୀନିବାସନ ବିସିସିଆଇ ମୁଖ୍ୟ ଥିବାବେଳେ ତାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ମାମଲାରେ ତାଙ୍କ ବିରୋଧରେ ପିଟିଶନ ଦାଖଲ କରିଥିବାରୁ ଆପଣ ଏବେ ଅନୁତପ୍ତ କି ବୋଲି ପଚରାଯିବାରେ ସେ ସମୟକୁ ଚାହିଁ ତାଙ୍କ ନିଷ୍ପତ୍ତି ଠିକ୍‌ ଥିଲା ବୋଲି ବର୍ମା ସଫେଇ ଦେଇଛନ୍ତି।