An Indian child arrives in a hospital due to Acute Encephalitis Syndrome (AES) as family members react in Muzaffarpur on June 10, 2019. - At least 14 children have died due to Acute Encephalitis Syndrome (AES) while over a dozen are admitted in hospitals. (Photo by STR / AFP)
ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୦ଜଣ ଶିଶୁଙ୍କ ପ୍ରାଣ ନେଇଛି ଏହି ରୋଗ। ସ୍ଥିତି ଉଦବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛଥିଲେ। ଏହି ରୋଗକୁ ଏଡାଇବା ପାଇଁ କେନ୍ଦ୍ରୀୟ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଜୁନ ୧ରୁ ୧୭୮ ଶିଶୁ ଏସକେଏମସିଏଚରେ ଏବଂ ୭୨ ଶିଶୁ କେଜ୍ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୭୨ ବୋଲି ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ୧୦୦ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି। ଏବେ ଡାକ୍ତରଖାନାରେ ୧୧୫ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି।