Categories: Home Leftଖେଳ

ବିସିସିଆଇ ସିଇଓ ଜୋହରିଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟକାରୀ ଅଫିସର ରାହୁଲ ଜୋହରି ଇସ୍ତଫା ପତ୍ର ଦେଇଛନ୍ତି। ମାତ୍ର ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଏଣୁ ବିସିସିଆଇ କାର୍ଯ୍ୟ ଛାଡ଼ିବା ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ୨୦୧୬ରେ ବିସିସିଆଇରେ ନୂଆ କରି ସିଇଓ ପଦ ସୃଷ୍ଟି ହୋଇଥିଲା। ସେତେବେଳେ ଶଶାଙ୍କ ମନୋହର ସଭାପତି ଓ ଅନୁରାଗ ଠାକୁର ସମ୍ପାଦକ ପଦରେ ଥିଲେ। ସେବେଠାରୁ ଜୋହରି ସିଇଓ ପଦରେ ଅଛନ୍ତି। ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯିବ। କିନ୍ତୁ ଏଥିନେଇ କିଛି ସମୟ ଲାଗିବ। ସେ ଏବେ ମୂଲଚାଲ କରୁଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଆଇପିଏଲ ପ୍ରସାରଣକାରୀ ଅଧିକାର ୧୬,୩୪୮ କୋଟି ଟଙ୍କାରେ ବିକ୍ରି କରିବାରେ ଜୋହରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।