Indian bowler Mohammed Shami, with out cap, celebrates with team members after dismissing South Africa's Temba Bavuma during the fifth day of the first cricket test match against South Africa in Visakhapatnam, India, Sunday, Oct. 6, 2019. (AP Photo/Mahesh Kumar A.)
ଦୁବାଇ,୭।୧୦(ପି.ଟି.)- ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ବିଜୟ ସହ ୪୦ ପଏଣ୍ଟ ହାସଲ କରି ଭାରତ ମୋଟ ୧୬୦ ପଏଣ୍ଟ ଅର୍ଜନ କରିଛି। ଅନ୍ୟପଟେ ୧୦୦ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ସହିତ ଶ୍ରୀଲଙ୍କା ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬ ଲେଖାଏ ପଏଣ୍ଟ ହାସଲ କରି ଶ୍ରେଷ୍ଠ ୫ରେ ସ୍ଥାନ ପାଇଛନ୍ତି।
ସେହିପରି ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ ଓ ପାକିସ୍ତାନ ବିଶ୍ୱ ଚାମ୍ପିୟନଶିପ୍ରେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି। ବିଶ୍ୱ ଚାମ୍ପିୟନଶିପ୍ ଆରମ୍ଭ ହେବା ପରଠାରୁ ବାଂଲାଦେଶ ଓ ପାକିସ୍ତାନ ଗୋଟିଏ ହେଲେ ବି ଟେଷ୍ଟ ଖେଳିନାହାନ୍ତି।