COPENHAGEN, DENMARK - DECEMBER 17: Tamas Kenderesi of Hungry during the Men's 200m Butterfly on December 17, 2017 in Copenhagen, Denmark. (Photo by Andy Astfalck/Getty Images)
ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ),୨୯।୭(ଏଏଫ୍ପି)- ହଙ୍ଗେରି ସନ୍ତରଣକାରୀ ତାମସ କେଣ୍ଡରସି ବିଶ୍ୱ ଚାମ୍ପିୟନଶିପ ବେଳେ ଏକ ନାଇଟ୍ କ୍ଲବ ଡ୍ୟାନ୍ସରଙ୍କୁ ଛୁଇଁବା କାରଣରୁ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା ଦାଏର ହୋଇଛି। ୨୨ ବର୍ଷୀୟ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଦେଶ ଛାଡ଼ିବାକୁ ମନା କରାଯାଇଛି। କେଣ୍ଡରସି ଅଭିଯୋଗକାରୀଙ୍କୁ ଛୁଇଁଥିବା ସ୍ବୀକାର କରିଛନ୍ତି। ହେଲେ ଯୌନ ଉତ୍ପୀଡନ ମାମଲ ଗ୍ରହଣ କରି ନାହାନ୍ତି। ମୁଁ ଶୌଚାଳୟରୁ ବାହାରି ଡ୍ୟାନ୍ସ ଫ୍ଲୋର ଆଡ଼କୁ ଯିବାବେଳେ ଉକ୍ତ କୋରିଆନ ଡ୍ୟାନ୍ସରଙ୍କ ସହ ଧକ୍କା ହୋଇଯାଇଥିଲା। ତାଙ୍କ ପଛରେ ମୁଁ ଛିଡ଼ା ମଧ୍ୟ ହୋଇ ନ ଥିଲି। ମାତ୍ର ଉକ୍ତ ମହିଳା ରାଗି ଯାଇ ମାମଲା ଦାଏର କରିଥିଲେ। ଘଟଣାର ଗମ୍ଭୀରତା ଜାଣିବା ପରେ ମୁଁ ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହାୟତା କରିଛି ବୋଲି ୨୦୦ ମିଟର ବଟର ଫ୍ଲାଇ ଫାଇନାଲରେ ନିମ୍ନ ସ୍ଥାନରେ ଥିବା ସନ୍ତରଣକାରୀ କହିଛନ୍ତି। ତେବେ କ୍ଷମା ମାଗିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିବା ହଙ୍ଗେରିଆନ ଟିମ୍ ଅଫିସିଆଲ ଓ ସନ୍ତରଣ ପରିିଚାଳନା ସଂସ୍ଥା ଫିନା ସ୍ପଷ୍ଟ କରିଛି। କିନ୍ତୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସେ ଦେଶ ଛାଡ଼ି ଯାଇପାରିବେ ନାହିଁ।