ବିଶ୍ୱରେ ସବୁଠୁ ଉଚ୍ଚ ସ୍ବରରେ ବୋବାଉଥିବା ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ କାନରେ ପଡ଼ିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ପକ୍ଷୀ ଅଛି, ଯାହାର ସ୍ବର ସବୁଠୁ ଉଚ୍ଚ। ଆମେରିକାର ଗବେଷକମାନେ ଏକ ରିସର୍ଚ୍ଚ କରି ଏହା ଜାଣିବାକୁ ପାଇଛନ୍ତି। ଧଳାରଙ୍ଗର ବେଲ୍‌ବାର୍ଡ ହେଉଛି ବିଶ୍ୱରେ ସବୁଠୁ ଉଚ୍ଚ ସ୍ବର କରୁଥିବା ପକ୍ଷୀ।

ମୈସାଚ୍ୟୁସେଟ୍‌ସ ୟୁନିଭର୍‌ସିଟିର ଗବେଷକଙ୍କ ମତରେ, ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଏହି ପକ୍ଷୀ ଖୁବ୍‌ ଉଚ୍ଚ ସ୍ବରରେ ବୋବାଇ ଥାଏ। ଏହା ପୂର୍ବରୁ ସ୍କ୍ରିମିଙ୍ଗ୍‌ ଫିୟାଜ୍‌ ପକ୍ଷୀ ଉଚ୍ଚ ସ୍ବରରେ ବୋବାଉଥିଲା। ମାତ୍ର ଏବେ ବେଲ୍‌ବାର୍ଡକୁ ବିଶ୍ୱରେ ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଉଚ୍ଚ ସ୍ବରରେ ବୋବାଉଥିବା ପକ୍ଷୀ ଭାବେ ଗଣନା କରାଯାଉଛି। ଏପରିକି ୨୨୫ ଡେସିବେଲ୍‌ରୁ ଏହା ଅଧିକ ଉଚ୍ଚ ସ୍ବରରେ ବୋବାଇଥାଏ। ଏହା ଆମାଜନ୍‌ ଜଙ୍ଗଲରେ ଦେଖିବାକୁ ମିଳେ। ଗବେଷକଙ୍କ ଅନୁଯାୟୀ, ଏହା ମାଈ ବେଲ୍‌ବାର୍ଡକୁ ଆକର୍ଷିତ କରିବା ପାଇଁ ଏପରି ଉଚ୍ଚ ସ୍ବରରେ ବୋବାଇଥାଏ। ଏଥିସହିତ ଏହି ପକ୍ଷୀ ପେଟର ମାଂସପେଶୀକୁ ବିକଶିତ କରିଥାଏ। ଏହା ଉଚ୍ଚ ସ୍ବର ବେଶୀ ସମୟ ପର୍ଯ୍ୟନ୍ତ କରେ ନାହିଁ।