LONDON, ENGLAND - JULY 14: Chris Woakes of England offers his support to Martin Guptill and Jimmy Neesham of New Zealand following the Super-Over during the Final of the ICC Cricket World Cup 2019 between New Zealand and England at Lord's Cricket Ground on July 14, 2019 in London, England. (Photo by Michael Steele/Getty Images)
ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ। ସେ କହିଛନ୍ତି ଯେ, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଟାଇ ହେଲେ ଅଙ୍କ ତାଲିକାରେ ଦୁଇ ଦଳର ସ୍ଥାନ ଦ୍ୱାରା ଚାମ୍ପିୟନ ନିର୍ଣ୍ଣୟ କରାଯାଉ। ଏହା ଉଚିତ ବାଟ ହେବ। ଯଦି ଦୁଇ ଦଳର ଅଙ୍କ ସମାନ ରହିଲା, ତେବେ ନେଟ୍ ରନ୍ରେଟ୍ କିମ୍ବା ଫାଇନାଲିଷ୍ଟ ମଧ୍ୟରୁ ଲିଗ୍ ପର୍ଯ୍ୟାୟରେ ଅଧିକ ମ୍ୟାଚ୍ ଜିତିଥିବା ଦଳକୁ ଚାମ୍ପିୟନ ଘୋଷିତ କରାଯିବା ଉଚିତ। ଯଦି ସୁପର ଓଭର ଚାମ୍ପିୟନ ଦେଇ ନ ପାରୁଛି, ତେବେ ପଏଣ୍ଟ ଟେବୁଲ ଦ୍ୱାରା ବିଜେତା ନିର୍ଣ୍ଣୟ କରିବା ସବୁଠୁ କମ୍ ବିବାଦୀୟ ପ୍ରକ୍ରିୟା। ଏହି ନିୟମ ଭିତ୍ତିରେ ମଧ୍ୟ ଇଂଲଣ୍ଡ ଚାମ୍ପିୟନ ହୋଇଥାନ୍ତା। କାରଣ ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଥିଲା ବୋଲି ଚାପେଲ କ୍ରିକେଟ ସମ୍ପର୍କିତ ଖବର ପ୍ରସାର କରୁଥିବା ଓ୍ବେବ୍ସାଇଟ୍ ଇଏସ୍ପିଏନ୍ କ୍ରିକଇନ୍ଫୋ ଲାଗି ଏକ କଲମରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ସୁପର ଓଭର ଟାଇ ହେବା ପରେ ଆୟୋଜକ ଇଂଲଣ୍ଡ ଅପେକ୍ଷାକୃତ ଅଧିକ ବାଉଣ୍ଡାରୀ ମାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଏହାକୁ ଭାରତୀୟ ଓପ୍ନର ରୋହିତ ଶର୍ମାଙ୍କ ସମେତ ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ସମାଲୋଚନା କରିଥିଲେ।