Categories: Home Leftଖେଳ

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳି ନ ପାରନ୍ତି ଲଥାମ

ଅକ୍‌ଲାଣ୍ଡ,୧୭ା୫- ଶ୍ରୀଲଙ୍କା ବିପକ୍ଷରେ ଜୁନ ୧ ତାରିଖରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ ଲଥାମଙ୍କ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆଙ୍ଗୁଠି ଫ୍ରାକଚର ହୋଇଛି। ଉଇକେଟ କିପିଂ କରୁଥିବାବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତୁରନ୍ତ ମ୍ୟାଚ୍‌ରୁ ଓହରିବା ସହ ଖ୍ରୀଷ୍ଟଚର୍ଚ୍ଚ ଫେରିଥିଲେ। ୨୭ ବର୍ଷୀୟ ଖେଳାଳି ଏକ୍ସ-ରେ କରାଇବା ପରେ ବିଶ୍ୱକପ୍‌ ଦଳ ସହ ଗସ୍ତ କରିବା ଲାଗି ଫିଟ୍‌ ବୋଲି ଘୋଷିତ ହୋଇଛନ୍ତି। ୧୫ ଜଣିଆ ନ୍ୟୁଜିଲାଣ୍ଡ ଦଳରେ ଅତିରିକ୍ତ ଉଇକେଟକିପର ଭାବେ ଟମ ବ୍ଲୁଣ୍ଡେଲ ସ୍ଥାନ ପାଇଛନ୍ତି। ଲଥାମ ପ୍ରଥମ ମ୍ୟାଚ୍‌ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ନ ହେଲେ ତାଙ୍କ ସ୍ଥାନରେ ବ୍ଲୁଣ୍ଡେଲ ଖେଳିବେ। ୧୯୮୭ ପରେ ସେ ଦେଶର ପ୍ରଥମ ଖେଳାଳି ଭାବେ ବିଶ୍ୱକପ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିପାରନ୍ତି। ମୁଖ୍ୟ ପର୍ଯ୍ୟାୟ ପୂର୍ବରୁ ଓ୍ବର୍ମ ଅପ୍‌ ମ୍ୟାଚ୍‌ରେ ବ୍ଲୁଣ୍ଡେଲ ଖେଳିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଗବିନ ଲାର୍ସେନ କହିଛନ୍ତି।