ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଆଣି ଦେଉଥିଲେ ଚୟନକର୍ତ୍ତା

ପୁଣେ,୩୧।୧୦:ଭାରତୀୟ ଦଳର ପୂର୍ବତନ ଉଇକେଟ୍‌କିପର୍‌ ଫାରୁଖ ଇଞ୍ଜିନିୟର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ନିଯୁକ୍ତ ଚୟନ ସମିତିରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି। ଆମ ପାଖରେ ମିକି ମାଉସ ଭଳି ଚୟନ ସମିତି ରହିଛି। ଯେଉଁଥିରେ ଅଧିନାୟକ ବିରାଟ କୋହଲିଙ୍କ ଗୋଟି ଚାଲେ। ସେ ଯାହା କୁହନ୍ତି ତାହା ହଁି ହୁଏ। ଗତ ବିଶ୍ୱକପ୍‌ରେ ଜଣେ ଚୟନକର୍ତ୍ତା ଭାରତୀୟ ବ୍ଲେଜର ପିନ୍ଧି ଅନୁଷ୍କା ଶର୍ମା(କୋହଲିଙ୍କ ସ୍ତ୍ରୀ)ଙ୍କୁ ଚା’ ଦେଉଥିବା ଦେଖିଥିଲି ବୋଲି ସେ କହିଛନ୍ତି। ଏବେ ଯେଉଁ ଚୟନ ସମିତି ଗଠନ କରାଯାଇଛି ସେମାନଙ୍କୁ ସମସ୍ତେ ମିଶି ଭାରତ ପାଇଁ ୧୦-୧୧ଟି ଟେଷ୍ଟ୍‌ ଖେଳିଥିବେ କି ନାହିଁ, ସେମାନେ କ’ଣ ଭାରତୀୟ ଦଳ ଚୟନ କରିବେ ବୋଲି ଫାରୁଖ ପ୍ରଶ୍ନ କରିଛନ୍ତି। ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ସେ ଖୁସି ଥିବା କହିଛନ୍ତି।