Indian cricket team captain Virat Kohli reacts during the third day of the second cricket test match between India and South Africa in Pune, India, Saturday, Oct. 12, 2019. (AP Photo/Rajanish Kakade)
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କୋହଲି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୪୯.୪ ମିଲିୟନ ଅନୁଗାମୀ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ କରିବା ପାଇଁ ପାଖାପାଖି ୧ କୋଟି ୩୫ ଲକ୍ଷ ଟଙ୍କା ନେଉଛନ୍ତି। ଇନଷ୍ଟାଗ୍ରାମ ଧନୀ ତାଲିକାରେ କୋହଲି ଜଣେ ଖେଳାଳି ଭାବେ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲର ମହାନ ଫୁଟବଲ ଖେଳାଳି ଖ୍ରୀଷ୍ଟିଆନ ରୋନାଲଡୋ। ସେ ପ୍ରତି ପୋଷ୍ଟ ପାଇଁ ୬.୭୫ କୋଟି ଟଙ୍କା ନେଉଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଫୁଟବଲ ଖେଳାଳି ନେମାର। ସେ ପ୍ରତି ପୋଷ୍ଟ ପାଇଁ ୬.୯ କୋଟି ଟଙ୍କା ନେଉଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ଫୁଟବଲ ଖେଳାଳି ଲିଓନେଲ ମେସି। ସେ ପ୍ରତି ପୋଷ୍ଟ ପିଛା ୪.୪୭ କୋଟି ଟଙ୍କା ନେଉଛନ୍ତି। ବିରାଟ ଏକମାତ୍ର କ୍ରିକେଟ ଖେଳାଳି ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।