Michael Rosen, 51st Fighter Wing Bird Aircraft Strike Hazard program superintendent, shoots non-lethal burst shotgun rounds into the air at Osan Air Base, Republic of Korea, Sept. 9, 2014. These rounds are used to scare and disperse the birds away from the flightline. (U.S. Air Force photo by Senior Airman Matthew Lancaster)
ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ ବନ୍ଦର ନିକଟରେ କେତେଗୁଡ଼ିଏ ପୋଖରୀ ରହିଛି। ପୋଖରୀକୁ ଖାଦ୍ୟ ଅନ୍ବେଷଣରେ ବହୁ ପକ୍ଷୀ ଆସିଥାନ୍ତି। ସେମାନେ ବିମାନବନ୍ଦର ଉପରେ ଉଡ଼ିବୁଲନ୍ତି। ତେଣୁ ବିମାନ ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏଭଳି କରିଥାନ୍ତି। ଏଠାରୁ ପ୍ରତିଦିନ ୪୬ ବିମାନ ଉଡ଼ାଣ କରିଥାଏ। ବିମାନର ସୁରକ୍ଷିତ ଉଡ଼ାଣ ଲାଗି ଗୋଟିଏ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ୪୫ ଶହ ଥର ଫାୟାରିଂ କରିଥାନ୍ତି। ସେହିପରି ଗୋଟିଏ ବର୍ଷରେ ୫୪ ହଜାର ଥର ଫାୟାରିଂ କରାଯାଇଥାଏ। ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପ୍ରାୟ ୮୦ ଥର ଫାୟାରିଂ କରାଯାଇଥାଏ। ସେହିପରି ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପ୍ରାୟ ୭୦ ଥର ଫାୟାରିଂ ହୋଇଥାଏ। ଏଥିପାଇଁ ବର୍ଷକୁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ।