Categories: Home Leftଖେଳ

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଭାରତୀୟ କ୍ରିକେଟର

ହାଇଦ୍ରାବାଦ, ୨୦।୫: ଭାରତୀୟ କ୍ରିକେଟର ହନୁମା ବିହାରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫେଶନ୍‌ ଡଜାଇନର୍‌ ପ୍ରୀତି ରାଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ହନୁମା। ଏହି ବିବାହ ତେଲେଙ୍ଗାନାର ହମନକୋଣ୍ଡାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୦୦ ଉର୍ଦ୍ଧ୍ୱ ଅତିଥି ସାମିଲ ହୋଇଥିଲେ। କିଛି କ୍ରିକେଟର୍‌ ଏବଂ କେଚ୍‌ ମଧ୍ୟ ବିବାହରେ ଉପସ୍ଥିତ ଥିଲେ। ଗତ ଅକ୍ଟୋବର ୨୩ରେ ହନୁମା ଏବଂ ପ୍ରୀତିଙ୍କ ନିର୍ବନ୍ଧ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୭ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମଥର ପାଇଁ ହନୁମା ବିହାରୀ ଟେଷ୍ଟ ଡେବ୍ୟୁ କରିଥିଲେ।