Categories: Home Leftଖେଳ

ବିବାହ ପରେ ସ୍କୁଟିରେ ଗଲେ କ୍ରିକେଟର

ବାଙ୍ଗାଲୋର,୯।୧୨- ଚଳିତ ବିବାହ ସିଜନରେ ଗୋଟିଏ ପରେ ଗୋଟିଏ କ୍ରିକେଟର ବିବାହ କରୁଛନ୍ତି। ନିକଟରେ ମନୀଷ ପାଣ୍ଡେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାଙ୍କ ସାଥୀ ଖେଳାଳି କ୍ରୀଷ୍ଣପା ଗୋଥମ। ତାଙ୍କ ବିବାହ ଖବରରେ ରହିବାର କାରଣ ତାଙ୍କ ବିଦାୟି ସ୍କୁଟିରେ ହୋଇଛି। ତାଙ୍କ ବଧୁ ଅର୍ଚ୍ଚନା ଗଗଲ ପିନ୍ଧି ସ୍କୁଟି ଚଲାଉଥିବାବେଳେ ଗୌଥମ ପଛରେ ବସି ଫଟୋ ପାଇଁ ପୋଜ ଦେଉଥିଲେ। ଦୁହେଁ ଦୀର୍ଘ ଦିନ ହେଲା ରିଲେଶନଶିପରେ ଥିଲେ। ଉଭୟଙ୍କ ପରିବାର ମଧ୍ୟ ଏ ସମ୍ପର୍କରେ ଜାଣି ଥିଲେ। ପରିବାର ସଦସ୍ୟ, ସମ୍ପର୍କୀୟ, ବନ୍ଧୁଙ୍କ ଉପସ୍ଥିତିରେ ପାରମ୍ପରିକ ଦକ୍ଷିଣ ଭାରତୀୟ ରୀତିନିତିରେ ବିବାହ ସମ୍ପନ୍ନ ହୋଇଯାଇଛି। ଏ ନେଇ ଉଭୟ ନିଜ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ଗୌତମ କର୍ନାଟକ ଦଳ ପାଇଁ ରଣଜୀ କ୍ରିକେଟ ଖେଳନ୍ତି। ଏହି ଅଲରାଉଣ୍ଡଙ୍କୁ ଗତବର୍ଷ ୬.୨ କୋଟି ଟଙ୍କାରେ କିଣିଥିଲା ରାଜସ୍ତାନ ରୟାଲ୍ସ।

Share