ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ : ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ୫ଟି ପଞ୍ଚାୟତର ଲୋକେ

କୋରାପୁଟ/ଅନକାଡେଲି,୨୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଅନ୍ତର୍ଗତ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ପେରିଫେରି ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ନେଇ ସଂପୃକ୍ତ ୫ଟି ପଞ୍ଚାୟତର ଲୋକେ ବୁଧବାର ଠାରୁ ଚଳାଇଥିବା ଆନ୍ଦୋଳନ ଗୁରବାର ସ୍ଥଗିତ ରଖିଛନ୍ତି। ମାଛକୁଣ୍ଡ ଜଳବିଦ୍ୟୁତ କର୍ତ୍ତୃପକ୍ଷଙ୍କ ଦ୍ୱାରା କର୍ମଚାରୀଙ୍କ ପରି ସମସ୍ତ ପେରିଫେରି ଅଞ୍ଚଳବାସୀଙ୍କୁ ମାଗଣା ସ୍ବାସ୍ଥ୍ୟ ସୁବିଧା ଏବଂ ସେମାନଙ୍କୁ ମାଗଣା ଆମ୍ବୁଲାନ୍ସ ସୁବିଧା ପ୍ରଦାନ ନେଇ ଜଳବିଦ୍ୟୁତ୍‌ର ମୁଖ୍ୟଯନ୍ତ୍ରୀ ଗୁରୁବାର ଉକ୍ତ ପଞ୍ଚାୟତର ଲୋକପ୍ରତିନିଧି ଓ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଏନେଇ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ପରେ ଅଞ୍ଚଳବାସୀ ଆନ୍ଦୋଳନ ସ୍ଥଗିତ ରଖିଥିବା ଜଣାଯାଇଛି।

Share