Categories: ଅନୁଗୋଳ

ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ଜେନା ଏହି ଗାଡ଼ିର ଅନାବରଣ କରିଥିଲେ। ବିନୋଦ ହ୍ୟୁଣ୍ଡାଇର ମ୍ୟାନେଜିଂ ଡାଇରେକ୍ଟର କ୍ଷୀରୋଦ କୁମାର ପଟ୍ଟନାୟକ ଓ ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ସୁନୀଲ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଭେନ୍ୟୁ ଏବେ ବଜାରରେ ୩ଟି ମଡେଲରେ ଉପଲବ୍ଧ।ହଜାରେ ସିସି, ୧୨ ଶହ ସିସି ପେଟ୍ରୋଲ ଓ ୧୪ ଶହ ସିସି ଡିଜେଲ କ୍ଷମତା ବିଶିଷ୍ଟ ଏହି ଗାଡ଼ି ୬ଟି ରଙ୍ଗରେ କମ୍ପାନୀ ପ୍ରସ୍ତୁତ କରିଥିବାବେଳେ ବ୍ଲୁ ଲିଙ୍କ କନ୍‌କେଟିଭିଟି ପ୍ରଥମ ଥର ପାଇଁ ନିର୍ମାଣ କରାଯାଇଛି। ସେଲସ୍‌ ହେଡ୍‌୍‌ ସଞ୍ଜୀବ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।