Bhubaneswar: Senior Biju Janata Dal (BJD) leader and seven-time legislator Surjya Narayan Patro was elected uncontested as the Speaker of the 16th Odisha Legislative Assembly, in Bhubaneswar on June 1, 2019. (Photo: IANS)
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ତୃତୀୟ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ରାଜ୍ୟବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏଥିପାଇଁ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ କେହି କେହି ରହିଥିଲେ ସେମାନଙ୍କ ଖୋଜାଚାଲିଛି। ଇତିମଧ୍ୟରେ ରୋଗୀ ଜଣକ ଭୁବନେଶ୍ୱରର ହୋଇଥିବା ଜଣାପଡିବା ପରେ ଏବେ ପୁଣି ସେ ବିଧାନସଭାର କେତେଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଖବର ମିଳିଛି। କରୋନା ସଂକ୍ରମଣ ଆଶଙ୍କା କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ କହିବା ସହିତ ବିଲ୍ଡିଂଙ୍କୁ ସମ୍ପୂର୍ଣ୍ଣ ଭୂତାଣୁମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବଜେଟର ବାକି ଥିବା ଅବଶିଷ୍ଟ କାର୍ଯ୍ୟ ଦିବସ ଲୋକ ସେବା ଭବନର କନଭେନଶନ ହଲରେ ହେବ ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି। କୋଭିଡ-୧୯ର ଭୟାବହତା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩ରେ ପହଞ୍ଚତ୍ଥିବା ବେଳେ ଅନେକ ସନ୍ଦିଗ୍ଧ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଛି। ସେମାନଙ୍କ ରକ୍ତ ନମୁନା ତଥା ସେମାନଙ୍କଠାରେ କରୋନା ଭୂତାଣୁ ଅଛି କି ନାହିଁ ପରୀକ୍ଷା କରାଯିବା ପରେ ଜଣାପଡ଼ିବ।