ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହେଲା ଆମ୍ବୁଲାନ୍ସ

ଢେଙ୍କାନାଳ ଅଫିସ,୧୩।୨: ଢେଙ୍କାଳାଳ ସହରର ଭଗବାନପୁରଠାରେ ଏକ ୧୦୮ ଆମ୍ବୁଲାନ୍ସ ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହୋଇଛି। ଦୁର୍ଘଟଣାରେ ହେଲପର୍‌ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସଟି ଯୋରନ୍ଦାରୁ ରୋଗୀ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

Share
Tags: dhenkanal