ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୨୦-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ମା’ ପୁଅଙ୍କ ଜୀବନ ଯାଇଛି। ମୃତକ ହେଲେ ମା’ ସଜନୀ ନାହାକ (୫୫) ଓ ପୁଅ ନାରାୟଣ (୩୦)।
ପ୍ରକାଶ ଯେ, ନାରାୟଣ ଅପରାହ୍ନ ପ୍ରାୟ ୩ଟାବେଳେ ଘରେ ବିଦ୍ୟୁତ୍‌ ତାର ସଜାଡୁଥିବାବେଳେ କୌଣସି କାରଣରୁ ଏହାର ସଂସ୍ପର୍ଶରେ
ଆସି ଯାଇଥିଲେ। ତାରରେ ଲାଗି ଛଟପଟ ହେଉଥିବା ଦେଖି ମା’ ସଜନୀ ଉଦ୍ଧାର କରିବାକୁ ଯାଇ ନାରାୟଣଙ୍କୁ ଧରି ପକାଇଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ନାରାୟଣଙ୍କ ସ୍ତ୍ରୀ ପହଞ୍ଚତ୍ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ସହ ପାଖ ଲୋକଙ୍କୁ ଡାକିଥିଲେ। ପରେ ମା’ ଓ ପୁଅଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ପ୍ରଦୀପ ଗନ୍ତାୟତ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ନଂ.୨/୧୯ ଓ ୩/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ତଦନ୍ତ ଚଳାଇଛନ୍ତି। ସାମାନ୍ୟ ଅସାବଧାନତାରୁ ମା’ ପୁଅଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Share
Tags: ganjam