ବିଦ୍ୟୁତ୍‌ ଆଘାତରେ ଜଣଙ୍କ ମୃତ୍ୟୁ

ଆସିକା,୨୦ା୧୧(ଡି.ଏନ୍‌.ଏ.): ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୁତା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଜଣେ ପୂର୍ବତନ ସେନା କର୍ମଚାରୀ ଇନ୍ଦ୍ରମଣି ରାଉତ (୫୫)। ଇନ୍ଦ୍ରମଣି ନିଜ ଘରେ ତାର ସଜାଡୁଥିଲା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଗାଙ୍ଗପୁର ପୋଲିସ ଆସିକା ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ନଂ.୧୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।