Incheon: Indian boxers during an exposure tour to Korea as part of preparations for the upcoming tournaments, in Incheon, Saturday, June 8, 2019. (PTI Photo) (PTI6_8_2019_000089B)
ନୂଆଦିଲ୍ଲୀ, ୮ା୬-ଭାରତୀୟ ବକ୍ସରମାନଙ୍କୁ ଚଳିତ ବର୍ଷ ବିଶ୍ୱ ଚାମ୍ପିୟନଶିପ୍ ସମେତ କେତେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏଥିଲାଗି ଦକ୍ଷତା ବୃଦ୍ଧି ଲାଗି ସେମାନେ ବର୍ତ୍ତମାନ ଇଟାଲି, ଆୟର୍ଲାଣ୍ଡ ଓ କୋରିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଇଟାଲି ଟିମ୍ ସହିତ ଏକ ଟ୍ରେନିଂ କ୍ୟାମ୍ପ ବ୍ୟତୀତ କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇ ସାରିଛି। ଅନ୍ୟପକ୍ଷରେ ବର୍ତ୍ତମାନ ବେଲ୍ଫାଷ୍ଟଠାରେ କେତେଜଣ ଟପ୍ ବକ୍ସର ୬ଟି ଟପ୍ ୟୁରୋପିଆନ ଦେଶର ବକ୍ସରଙ୍କ ସହିତ ଟ୍ରେନିଂ ନେଉଛନ୍ତି। ଭାରତୀୟ ବକ୍ସରମାନଙ୍କ ୧୫ ଦିନିଆ ବିଦେଶ ଟୁର୍ ଜୁନ୍ ୧୨ ତାରିଖରେ ଶେଷ ହେବ। ଦକ୍ଷତା ବୃଦ୍ଧି କ୍ୟାମ୍ପରେ ଅଂଶଗ୍ରହଣ ଦ୍ୱାରା ଦ୍ୱାରା ଭାରତୀୟ ବକ୍ସରମାନେ ଆମେରିକା, ଜର୍ମାନୀ, ହଲାଣ୍ଡ, ରୋମାନିଆ, ଇଟାଲି ଏବଂ ଆୟୋଜକ ଆୟର୍ଲାଣ୍ଡର ଏଲିଟ୍ ବକ୍ସରମାନଙ୍କଠାରୁ ବହୁ ମୂଲ୍ୟ ଅଭିଜ୍ଞତା ହାସଲ କରିପାରିବେ। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ ଫଙ୍ଗାଲ କହିଛନ୍ତି ଏହି ଟ୍ରେନିଂ ଦ୍ୱାରା ବକ୍ସିଂ ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଆମେ ନିଜକୁ ଅଧିକ ସୁଦୃଢ କରିପାରିଛୁ। ଅନ୍ୟ ଏକ ୩୫ ଜଣିଆ ବକ୍ସିଂ ଦଳ (୨୦ ପୁରୁଷ ଓ ୧୫ ମହିଳା) କୋରିଆର ଇଞ୍ଚତ୍ଅନ୍ଠାରେ ଏକ ସପ୍ତାହ ବ୍ୟାପୀ ଏକ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଆସନ୍ତା ମାସରେ ଥାଇଲାଣ୍ଡ ଓ ଇଣ୍ଡୋନେସିଆରେ ବକ୍ସିଂ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ବିଦେଶରେ ଦକ୍ଷତା ବୃଦ୍ଧି ଦ୍ୱାରା ଭାରତୀୟ ପ୍ରତିଯୋଗୀଙ୍କ ପଦକ ଜିତିବା ଆଶା ସଞ୍ଚାର ହୋଇଛି।