Sri Lankan cricketer Lasith Malinga (C) receives a farewell from his teammates after declaring his retirement from One Day International (ODI) cricket at the start of the first One Day International (ODI) cricket match between Sri Lanka and Bangladesh at the R.Premadasa Stadium in Colombo on July 26, 2019. (Photo by ISHARA S. KODIKARA / AFP) (Photo credit should read ISHARA S. KODIKARA/AFP/Getty Images)
କଲମ୍ବୋ,୨୭।୭(ଏଏଫ୍ପି)- କ୍ୟାରିୟର ଅନ୍ତିମ ମ୍ୟାଚ୍ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଜୟ ସହ ଦିନିକିଆରୁ ବିଦାୟ ନେଇଛନ୍ତି। ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଶ୍ରୀଲଙ୍କା ୯୧ ରନରେ ବିଜୟୀ ହୋଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୧.୪ ଓଭରରେ ୨୨୩ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ୧୧୧ ରନର ଶତକୀୟ ପାଳି ଖେଳିଥିବା ଶ୍ରୀଲଙ୍କା ଟପ୍ଅର୍ଡର ବ୍ୟାଟ୍ସମ୍ୟାନ କୁଶଲ ପେରେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ୩୧୫ ରନ ଟାର୍ଗେଟର ପିଛା କରିଥିବା ବାଂଲାଦେଶ ତରଫରୁ ମୁସ୍ଫିକର ରହିମ ୬୭ ଓ ସବୀର ରହମାନ ୬୦ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ମାଲିଙ୍ଗା ଓ ନୂଆନ ପ୍ରଦୀପ ୩ଟି ଲୋଖାଏ, ଧନଞ୍ଜୟ ଡି’ ସିଲଭା ୨, ଲାହିରୁ କୁମାରା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ କୁଶଲ ପେରେରା ସର୍ବାଧିକ ୧୧୧ ରନ, ଆଞ୍ଜେଲୋ ମାଥ୍ୟୁସ ୪୮, କୁଶଲ ମେଣ୍ଡିସ ୪୩, ଅଧିନାୟକ ଦିମୁଥ କରୁଣାରତ୍ନେ ୩୬, ଲାହିରୁ ଥିରିମାନେ ୨୫, ଧନଞ୍ଜୟ ୧୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶର ସୈଫୁଲ ଇସ୍ଲାମ ୩, ମୁସ୍ତାଫିଜୁର ରହମାନ ୨, ମେହିଦି ହାସନ, ରୁବେଲ ହୁସେନ ଓ ସୌମ୍ୟ ସରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୩୧୪/୮
(ପେରେରା- ୧୧୧, ମାଥ୍ୟୁସ୍- ୪୮, ମେଣ୍ଡିସ- ୪୩, ଇସ୍ଲାମ- ୩/୬୨, ମୁସ୍ତାଫିଜୁର- ୨/୭୫)।
ବାଂଲାଦେଶ ୪୧.୪ ଓଭରରେ ୨୨୩ ଅଲଆଉଟ୍
(ମୁସ୍ଫିକର- ୬୭, ରହମାନ- ୬୦, ମାଲିଙ୍ଗା- ୩/୩୮, ପ୍ରଦୀପ- ୩/୫୧)।