ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା

କଳିଙ୍ଗନଗର,୪-୯(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଦାନଗଦୀ ଭବନଠାରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦାନଗଦୀ ବ୍ଲକ ବିଜେଡି ସଭାପତି ବୁଡାନ ସିଂ ଜାମୁଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇଥିଲେ। ଏଥିରେ ନୂତନ ସଭ୍ୟ ଭାବେ ଓଡ଼ିଶାର ଏକ କୋଟି ଜନସାଧାରଣଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଥିବାବେଳେ ଦାନଗଦୀ ବ୍ଲକରେ ଏହା କିପରି ସଫଳ ହେବ ସେ ନେଇ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ୱାର୍ଡରୁ ୪ ଜଣ ମୁଖ୍ୟ କର୍ମୀଙ୍କୁ ଚିହ୍ନଟ କରାଯିବାପରେ ସେମାନେ ୨୫ ଜଣ ଲେଖାଏ ସଭ୍ୟ ସଂଗ୍ରହ କରିବେ ବୋଲି ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର କହିଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ର, ଉପସଭାପତି ଅରବିନ୍ଦ ସାମଲ, ୧୦ ନଂ ଜୋନ୍‌ ଜିଲାପରିଷଦ ସଭ୍ୟ ସୁଶାନ୍ତ ସାମଲ, ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ଏମ୍‌ପିଙ୍କ ଦାନଗଦୀ ବ୍ଲକ ପ୍ରତିନିଧି ଲୋକନାଥ ଧୀର, ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତି, ତ୍ରିଜଙ୍ଗା ପଞ୍ଚାୟତ ସଭାପତି ପ୍ରଫୁଲ୍ଲ କୁମାର ରାୟ, ଜିଲା ଯୁବ ବିଜେଡି ସଂଯୋଜକ ଜଗନ୍ନାଥ ଧୀର, କାଳନ୍ଦି ଚରଣ ସେଠୀ, ସପନ କୁମାର କର, ଦାନଗଦୀ ବ୍ଲକ ମହିଳା ସଭାପତି ମମତା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଦାନଗଦୀ ବ୍ଲକର ୨୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ମୁଖ୍ୟ କର୍ମୀ ଯୋଗ ଦେଇଥିଲେ।

Share
Tags: jajpur