06012016-Bengaluru-Bikers purchasing helmets at a shop on Lalbagh road as the government is implemented a rule. helmets for Pillon riders in Bengaluru on Wednesday...........Photo Satish.B
ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। ସରକାର ପୂର୍ବରୁ ସଂଗଠିତ କ୍ଷେତ୍ରରେ ହେଲମେଟ ନିର୍ମାତାଙ୍କ ପାଇଁ ବିଆଇଏସ୍ ମାନଦଣ୍ଡ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଟୁ-ହ୍ବିଲର ହେଲମେଟ ମ୍ୟାନୁଫାକଚରର୍ସ ଆସୋସିଏଶନର ପ୍ରେସିଡେଣ୍ଟ ତଥା ଷ୍ଟିଲବୋର୍ଡ ହେଲମେଟ୍ସ ଏମ୍ଡି ରାଜୀବ କପୁର କହିଛନ୍ତି ଯେ, ସରକାର ଆଇଏସ୍ଆଇ ମାର୍କକୁ ବାଧ୍ୟତାମୂଳକ କରିବା ଲାଗି ଏକ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଚଳିତବର୍ଷ ଜାନୁୟାରୀ ୧୫ରେ ଲାଗୁ କରାଯିବାର ଥିଲା। ପରେ ଏହାକୁ ଏପ୍ରିଲ ୧୫କୁ ଘୁଞ୍ଚାଇ ଦେବା ପରେ ଏବେ ଏହାକୁ ଜୁଲାଇ ୧୫ରୁ ଲାଗୁ କରାଯିବ। ସରକାର ବିଆଇଏସ୍ ଆଇନ, ୨୦୧୬ ଅଧୀନରେ ସୁରକ୍ଷିତ ହେଲମେଟ ତିଆରି କରିବା ଲାଗି ସାର୍ଟିଫିକେଟ ନେବା ବାଧ୍ୟତାମୂଳକ କରିବା ନେଇ ଏକ ନୋଟିଫିକେଶନ ଗତବର୍ଷ ଅଗଷ୍ଟ ୨ରେ ଜାରି କରିଥିଲେ। ଏହାକୁ ହେଲମେଟ୍ସ(କ୍ୱାଲିଟି କଣ୍ଟ୍ରୋଲ) ଅର୍ଡର୨୦୧୮ ନାମ ଦିଆଯାଇଥିଲା, କିନ୍ତୁ ଏହା ଅଦ୍ୟାବଧି ଚିଠା ଆକାରରେ ରହିଯାଇଛି। ଏହାକୁ ନୋଟିଫାଇ କରାଯାଇନାହିଁ। ଦେଶରେ ଏବେ ୨୧୯ କମ୍ପାନୀ ହେଲମେଟ ତିଆରି କରୁଥିବା ବେଳେ ମାତ୍ର ୯ଟି ଆବଶ୍ୟକୀୟ ସାର୍ଟିଫିକେଟ ହାସଲ କରିଛନ୍ତି।