WUHAN, CHINA - JANUARY 27 2020: A worker takes away an escaped giant salamander just caught in Huanan Seafood Market, which was shut down due to its connection to the first 2019-nCoV cases, in Wuhan in central China's Hubei province Monday, Jan. 27, 2020.- PHOTOGRAPH BY Feature China / Barcroft Media (Photo credit should read Feature China/Barcroft Media via Getty Images)
ବେଜିଂ,୯।୨: କରୋନାଭାଇରସ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି କହିଲେ ଚଳେ। ଚାଇନାରେ ଏବେ ଏହି କରୋନାଭାଇରସ କବଳରେ ପଡି ୮ଶହ ଲେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସାଂଘାଇର ଅଧିକାରୀଙ୍କ ସୂଚନା ଅନୁଯାୟୀ, କରୋନାଭାଇରସ ଏବେ ବାୟୁ ଦ୍ୱାରା ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି ବୋଲି କୁହାଯାଇଛି। ବାୟୁର ଆର୍ଦ୍ରତାରେ ଏହି ଜୀବାଣୁ ଘୁରି ବୁଲୁଥିବା କୁହାଯାଉଛି। ଯାହା ସହଜରେ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରୁଛି। ସେହିପରି କରୋନାଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଲେ ମଧ୍ୟ ଏହା ସଂକ୍ରମିତ ହେଉଛି। ବାୟୁରେ ବ୍ୟାପୁଥିବାରୁ ଏହାକୁ ‘ଏୟରୋସ୍ପେସ ଟ୍ରାନ୍ସମିଶନ’ ବୋଲି କୁହାଯାଉଛି। ମେଡିକାଲ ଏକ୍ସପର୍ଟଙ୍କ କହିବା କଥା ହେଲା ନିଃଶ୍ୱାସ ପ୍ରଶ୍ୱାସରେ ଏହା ସଂକ୍ରମିତ ହେଉଛି। ସୂଚନାଯୋଗ୍ୟ, କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ବିଭିନ୍ନ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅବଶ୍ୟ କିଛି ଦେଶରେ ପୀଡିତ ସୁସ୍ଥ ହେଉଥିବା ଖବର ମଧ୍ୟ ଆସିଲାଣି।