ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର ବାହାରେ ଥିବା ଗାଁରେ ଏଭଳି ଦୃଶ୍ୟ ଦେଖାଯାଇଛି। ଏହାକୁ ୟୂରୋପୀୟ ସଂଘ ନିନ୍ଦା କରିଛି। ଇସ୍ରାଏଲ ଦାବି କରିଛି କି ଏହା ତା’ ସୀମା ମଧ୍ୟକୁ ପସି ଆସିଥିବାରୁ ଏପରି ପଦକ୍ଷେପ ନିଆଯାଉଛି।