FILE - In this Saturday, March 8, 2014 file photo, Pakistans Umar Akmal celebrates after scoring fifty runs against Sri Lanka during their Asia Cup final cricket match in Dhaka, Bangladesh. Akmal is eligible to play in a Twenty20 series against New Zealand on Friday after the middle-order batsman successfully appealed his one-match suspension for violating dress code during a domestic match, the Pakistan Cricket Board said Wednesday, Jan. 13, 2016. (AP Photo/A.M. Ahad)
କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ଠାରେ ଫିଟ୍ନେସ ଟେଷ୍ଟବେଳେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହି ଘଟଣା ଗତ ମାସରେ ଘଟିଥିଲା। ମୁଖ୍ୟ କୋଚ୍ ମିଶବା ଉଲ ହକ୍ଙ୍କ ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ର ଓ ଘରୋଇ ଚୁକ୍ତି ବଦ୍ଧ ଖେଳାଳିଙ୍କୁ ଏନ୍ସିଏଠାରେ ଫିଟ୍ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଜୁନିୟର ଆକମଲଙ୍କ ଖରାପ ବ୍ୟବହାର ସମ୍ପର୍କରେ ମୁଖ୍ୟ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିଶବାଙ୍କୁ ରିପୋର୍ଟ କରାଯାଇଥିଲା। ସେ ବୋର୍ଡକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିନିୟର ଅଫିସିଆଲ ଓ ର୍ପୂବତନ ଓପନର ହାରୁନ ରଶିଦଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ ହେବା ପରେ ଉମରଙ୍କୁ ବାସନ୍ଦାଦେଶ କିମ୍ବା ବଡ଼ ଆର୍ଥିକ ଦଣ୍ଡ ଦଣ୍ଡିତ କରାଯିବା ନେଇ ଆଶା କରାଯାଉଥିଲା। ତେବେ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ ବୁଝାମଣା ଯୋଗୁ ଏଭଳି ଘଟିଥିଲା। ଆକମଲ ନିଜ କାର୍ଯ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସତ୍ତ୍ୱେ ବିସିବି ଭର୍ତ୍ସନା କରିବା ସହ ସିନିୟର ଖେଳାଳିଙ୍କ ଭଳି ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୬ ବର୍ଷୀୟ ଆକମଲ ଦେଶ ପାଇଁ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି। ସେ ଜାତୀୟ ଦଳରେ ନିୟମିତ ସ୍ଥାନ ପାଉ ନାହାନ୍ତି। ଗତବର୍ଷ ଅକ୍ଟୋବରରେ ସେ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ।