Mumbai city, along with adjoining suburbs, may witness heavy heavy spells of rain in Tuesday. Express Photo By Ganesh Shirsekar 17/09/2019
ବାଲେଶ୍ୱର ଅଫିସ,୮।୧୧: ବାଲେଶ୍ୱର ଜିଲାରେ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ମୃଦୁ ପବନ ବହିବା ସହିତ ମଧ୍ୟାହ୍ନରେ ବର୍ଷା ଆରମ୍ଭ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା ଜାରି ରହିଛି। ପାଣିପାଗର ପୂର୍ବାନୁମାନ ସୂଚନା ଅନୁସାରେ ଜିଲାରେ ୩୫ରୁ ୪୦ କିମି ବେଗରେ ପବନ ବହିବ। ସମୁଦ୍ର ଉପକୂଳ ବ୍ଲକ ଜଳେଶ୍ୱର, ଭୋଗରାଇ, ସଦର ବାହାନଗା, ସୋର ଅଞ୍ଚଳବାସୀ ସତର୍କ ରହିବାକୁ ଜରୁରିକାଳୀନ ଅଧିକାରୀ ଅଭୟ ନାୟକ ସୂଚନା ଦେଇଛନ୍ତି।