Categories: Home Leftଖେଳ

ବାର୍ସିଲୋନାକୁ ଟେବୁଲ ଟପ୍‌ରେ ପହଞ୍ଚାଇଲେ ମେସି

ମାଡ୍ରିଡ୍‌,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍‌ରେ ବାର୍ସିଲୋନା ଲା ଲିଗା ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ୧-୦ ଗୋଲରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ଆର୍ଜେଣ୍ଟିନା ଷ୍ଟାର ନିଜ କ୍ୟାରିୟରର ୭୦୧ ତମ କ୍ଲବ ସ୍ତରୀୟ ମ୍ୟାଚ୍‌ ଖେଳିଛନ୍ତି। ମ୍ୟାଚର ୮୬ତମ ମିନିଟ୍‌ରେ ଲୁଇସ ସୁଆରେଜଙ୍କ ସହ ଓ୍ବାନ ଟୁ ଓ୍ବାନ ଖେଳି ମେସି ଗୋଲ ସ୍କୋର କରିଥିଲେ। ଆଟଲେଟିକୋ ବିପକ୍ଷରେ ଗତ ୩୯ ମ୍ୟାଚ୍‌ରେ ମେସିଙ୍କ ୩୦ତମ ଗୋଲ। ଏହି ବିଜୟ ସହ ୧୪ ମ୍ୟାଚ୍‌ ପରେ ବାର୍ସିଲୋନା ୩୧ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାତେଇଛି। ରିଅଲ ମାଡ୍ରିଡ୍‌ ନିକଟରେ ସମାନ ସଂଖ୍ୟକ ପଏଣ୍ଟ ଥିଲେ କମ୍‌ ସଂଖ୍ୟକ ଗୋଲ ଯୋଗୁ ଦ୍ୱିତୀୟ ସ୍ଥାନକୁ ଖସିଛି। ବାର୍ସିଲୋନା ଲିଗ୍‌ରେ ଏପର୍ଯ୍ୟନ୍ତ ଅଧିକ ୨୦ ଗୋଲ କରିଥିବାବେଳେ ମାଡ୍ରିଡ୍‌ ୧୯ ଗୋଲ ସ୍କୋର କରିଛି। ଅନ୍ୟପକ୍ଷରେ ଆଟଲେଟିକୋ ୨୫ ପଏଣ୍ଟ ସହ ୬ଷ୍ଠ ସ୍ଥାନ ବଜାୟ ରଖିଛି।

Share