London: Germany's Angelique Kerber plays a return to Germany's Tatjana Maria in a Women's singles match during day two of the Wimbledon Tennis Championships in London, Tuesday, July 2, 2019. AP/PTI(AP7_2_2019_000209B)
ଲଣ୍ଡନ, ୩ା୭-ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଏବଂ ଗତଥରର ଚାମ୍ପିୟନ ଆଞ୍ଜେଲିକ୍ କର୍ବର ସହଜ ବିଜୟ ସହ ଓ୍ବିମ୍ବଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍ ଓପନ ଚାମ୍ପିୟନ ବାର୍ଟି ଚାଇନାର ତଥା ବିଶ୍ୱର ୪୩ନମ୍ବର ମାନ୍ୟତାପ୍ରାପ୍ତ ଝେଙ୍ଗ୍ ସାଇସାଇଙ୍କ ବିପକ୍ଷରେ ୬-୪, ୬-୨ ସେଟ୍ରେ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ବେଲିଜିଆନ ଆଲିସନ ଭାନ୍ ୟୁଟିଭାନକ୍ଙ୍କ ସହିତ ଖେଳିବେ। ସେଣ୍ଟର କୋର୍ଟରେ କର୍ବର ନିଜ ଦେଶ ଜର୍ମାନୀର ତାତ୍ଜାନା ମାରିଆଙ୍କ ବିପକ୍ଷରେ ୬-୪, ୬-୩ ସେଟ୍ରେ ବିଜୟ ହାସଲ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଆମେରିକାର ତଥା ବିଶ୍ୱର ୯୫ ନମ୍ବର ମାନ୍ୟତାପ୍ରାପ୍ତ ଲରେନ୍ ଡେଭିସ୍ଙ୍କୁ ଭେଟିବେ।
ବ୍ରିଟେନର ଦୁଇ ଜଣ ଖେଳାଳି ମହିଳା ସିଙ୍ଗଲ୍ସ ହାରିଏଟ୍ ଡାର୍ଟ ଏବଂ ପୁରୁଷ ସିଙ୍ଗଲ୍ସରେ ଡାନ୍ ଇଭାନ୍ସ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। କୋର୍ଟ ନମ୍ବର ୧୪ରେ ଡାର୍ଟ ୪-୬, ୬-୪, ୬-୪ ସେଟ୍ରେ ଖ୍ରିଷ୍ଟିନା ମ୍ୟାକହେଲ୍ଙ୍କୁ ହରାଇ ଦେଇଛନ୍ତି। ସେହିପରି ବ୍ରିଟେନର ୩ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଇଭାନ୍ସ ୬-୩, ୭-୬ (୭-୫), ୬-୩ ସେଟ୍ରେ ଫେଡେରିକୋ ଡେଲ୍ବୋନିସଙ୍କୁ ପରାସ୍ତ କରିଥିଲେ। ସେ ତାଙ୍କ ପରବର୍ତ୍ତୀ ମ୍ୟାଚ ୧୮ତମ ସିଡ୍ ନିକୋଲୋଜ ବାସିଲାସଭିଲିଙ୍କ ବିପକ୍ଷରେ ଖେଳିବେ। ଜର୍ଜିଆର ବାସିଲାଶଭିଲି ବ୍ରିଟେନର ଜେମ୍ସ ଓ୍ବାର୍ଡଙ୍କ ବିପକ୍ଷରେ ୨-୬, ୪-୬, ୬-୪, ୬-୪, ୮-୬ ସେଟରେ ବିଜୟ ହାସଲ କରିଛନ୍ତି।