CUTTACK, INDIA - FEBRUARY 01: Police officers guard the pitch before the start of the second match of ICC Womens World Cup between Australia and Pakistan, played at the Barabati stadium on February 1, 2013 in Cuttack, India. (Photo by Pal Pillai-ICC/ICC via Getty Images)
କଟକ ଅଫିସ,୧୮ା୧୧- ‘ଷ୍ଟାର୍ ସ୍ପୋର୍ଟସ’ର ଏକ ଟିମ୍ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିଥିଲା। ଆସନ୍ତା ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ର ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ ହାତରେ ରହିଛି। ଚ୍ୟାନେଲର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ବିସ୍ତଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଷ୍ଟାଡିୟମର ବିଭିନ୍ନ ପାର୍ଶ୍ୱ ବୁଲି ଦେଖିଥିଲେ। ହର୍ସଗେଟ ନିକଟରେ ଚ୍ୟାନେଲର କଣ୍ଟ୍ରୋଲ ରୁମ୍ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରସାରଣ ବିଭାଗର କିଛି ଅଧିକାରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।