BIRMINGHAM, ENGLAND - MAY 26: Babar Azam of Pakistan poses during the portrait session at the Malmaison Hotel on May 26, 2017 in Birmingham, England. (Photo by Barrington Coombs-IDI/IDI via Getty Images)
କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି ଟେଷ୍ଟ ଦଳର ନେତୃତ୍ୱ ନେବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବାବର ଗତବର୍ଷ କ୍ରିକେଟର ସମସ୍ତ ଫର୍ମାଟ୍ରେ ବିଶ୍ୱର ଜଣେ ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୋଇଥିଲେ। ସେ ପୂର୍ବରୁ ଟି୨୦ ଦଳର ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ୨୦୨୦-୨୧ ସିଜନ ପାଇଁ ସେ ଉଇକେଟକିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମ୍ମଦଙ୍କ ସ୍ଥାନରେ ପାକିସ୍ତାନର ଅନ୍ତର୍ଜାତୀୟ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ସିଜନରେ ପାକିସ୍ତାନ ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ବ୍ୟତୀତ ୬ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୦ ଅନ୍ତର୍ଜାତୀୟ ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ କୋଚ୍ ମିସ୍ବା ଉଲ ହକ୍ ଏହି ନିଯୁକ୍ତିକୁ ନେଇ ଉଭୟ ଆଝାର ଓ ବାବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।