ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍‌, ଚର୍ଚ୍ଚାରେ ଫଟୋ

ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି। ସେପରି ଜଣେ ହେଲେ ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ପୁଅ ଜୈନ୍‌। ଶାହିଦ ନିଜର ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି।

ଇନ୍‌ଷ୍ଟାରେ ଶାହିଦ ଫଟୋ ଶେୟାର କରି ଲେଖିଛନ୍ତି, ଏଥିରେ ଥିବା ବ୍ୟତିକ୍ରମକୁ ଅନୁମାନ କରନ୍ତୁ। ବାପାଙ୍କ ପରି ପୁଅ। ତେବେ ଏହା ଅଧିକାଂଶରେ ସତ ମଧ୍ୟ। ଫଟୋଟିକୁ ଯେ କେହି ଦେଖିଲେ, ଜୈନ ପିତାଙ୍କ ଅବିକଳ ନକଲ ହୋଇଛନ୍ତି ବୋଲି କହିବ।

ତେବେ ୨୦୧୫ରେ ମୀରାଙ୍କୁ ବିବାହ କରିଥିଲେ ଶାହିଦ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ମୀଶା ଏବଂ ପୁଅ ଜୈନଙ୍କ ସହ ଶାହିଦ ସ୍ପେଶାଲ ବଣ୍ଡ ଦେଖିବାକୁ ମିଳିଥାଏ। ଅନେକ ସମୟରେ ସେମାନଙ୍କର ଫଟୋ ଭାଇରାଲ ମଧ୍ୟ ହୋଇଥାଏ।