Beautiful naked young woman is smiling and using shampoo while taking shower in bathroom; Shutterstock ID 488713921
ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍ ରୁମ୍ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ପ୍ରିନ୍ସ୍ ଟନ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ‘ଦି ନିୟୁ ଇଂଲଣ୍ଡ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍’ରେ ପ୍ରକାଶ ପାଇଛି। କରୋନା ଭୂତାଣୁ ବାୟୁ ମଣ୍ଡଳରେ ୩ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ସେହିପରି ତମ୍ବାରେ ୪ ଘଣ୍ଟା, କାର୍ଡବୋର୍ଡରେ ୨୪ ଘଣ୍ଟା, ପ୍ଲାଷ୍ଟିକ୍ ଅବା ଷ୍ଟେନଲେସ୍ ଷ୍ଟିଲ୍ରେ ୨ରୁ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ହୋଇ ରହିଥାଏ। ତେଣୁ ଘରେ କିମ୍ବା କାର୍ଯ୍ୟାଳୟରେ ଡୋର୍ ନବ୍, ଡ୍ରୟର ନବ୍ ତଥା ଅନ୍ୟାନ୍ୟ ବସ୍ତୁକୁ ସାନିଯାଇଜ୍ କରିବାର ଆବଶ୍ୟକତା ରହିଛି। ତେବେ ଆଦ୍ର ଭୂଇଁରେ କରୋନା ଭୂତାଣୁ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ମଧ୍ୟ ସୂଚିତ କରାଯାଇଛି। କରୋନା ଭୂତାଣୁର କ୍ରିୟାଶୀଳତା ଆଦ୍ର ଭୂଇଁ, ତାପମାତ୍ରା ଏବଂ ବାୟୁ ମଣ୍ଡଳର ଆଦ୍ରତା ଉପରେ ମଧ୍ୟ ନିର୍ଭର କରିଥାଏ। ଏପରିସ୍ଥଳେ ବାଥ୍ ରୁମ୍ରୁ ସଂକ୍ରମଣ ନେଇ ଏହାର ଆଶଙ୍କା ଅଧିକ ରହିଥାଏ। ତେଣୁ ପରିବାରରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ଦୂରତା ବଜାୟୀ ରଖିବା ସହିତ ଅଲଗା ବାଥ୍ ରୁମ୍ ବ୍ୟବହାର କରିବା ଭଲ। ଯଦି ଏଭଳି ସୁବିଧା ନ ଥାଏ ବାଥ୍ ରୁମ୍କୁ ଭଲଭାବେ ସାନିଟାଇଜ୍ କରି ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି।