ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା ଦେଖାଦେଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାଦ୍ୱାରା ଦେଶର ଉତ୍ତର-ପୂର୍ବ ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରବଳ ତାତି ଯୋଗୁ ଏଠାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏପରିସ୍ଥଳେ ଯଦି ମୌସୁମୀ ବାୟୁ ପ୍ରଭାବରେ ଉଡ଼ିଯାଏ ତେବେ ଏସବୁ ଅଞ୍ଚଳରେ ସ୍ଥିତି ଉତ୍କଟ ହେବାର ଆଶଙ୍କା ଥିବା କୁହାଯାଉଛି।