India's Prime Minister Narendra Modi is seen at the G20 summit in Hamburg, Germany July 7, 2017. REUTERS/Wolfgang Rattay
ମୁମ୍ବାଇ,୭-୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦-୨୧ ସାଧାରଣ ବଜେଟର ଅବ୍ୟବହିତ ପୂର୍ବରୁ ଦେଶର ବାଣିଜ୍ୟ ଲିଡରଙ୍କୁ ଭେଟିଛନ୍ତି। ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ, ନିଯୁକ୍ତି ସୃଷ୍ଟି ଏବଂ ଅଭିବୃଦ୍ଧି ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଟାଟା ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା, ଭାରତୀ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ବେଦାନ୍ତ ରିସୋସେର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ଆଲୋଚନାରେ ସାମିଲ ହୋଇଥିଲେ। ଟାଟାସନ୍ସର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେକରନ, ଟିଭିଏସ୍ ଅଧ୍ୟକ୍ଷ ଭେନୁ ଶ୍ରୀନିବାସନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।