ବାଜପେୟୀଙ୍କ ନାମରେ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୭ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ନାମରେ ଏକ ମେଡିକାଲ କଲେଜକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌(ଏବିଭିଆଇଏମ୍‌ଏସ୍‌) ନାମକ ଏହି କଲେଜରେ ଚଳିତ ବର୍ଷ ୧୦୦ ଏମବିବିଏସ୍‌ ସିଟ୍‌ ଖୋଲାଯାଇଛି। ଏଠାରେ ବିଶିଷ୍ଟ ଫ୍ୟାକଲ୍ଟିଙ୍କୁ ନିଯୁକ୍ତି ଦିଆଯିବା ସହିତ ବିଶ୍ୱ ଶ୍ରେଣୀୟ ଭିତ୍ତିଭୂମି ରହିବ। ସୁପର ସ୍ପେଶିଆଲିଟି ବ୍ଲକରେ ୫୫୦ରୁ ଅଧିକ ବେଡ୍‌ ଓ ନୂତନ ଆବାସିକ ଡାକ୍ତର ହଷ୍ଟେଲ ରହିଥିବା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ନିର୍ଦ୍ଦେଶକ ଭି.କେ. ତିଓ୍ବାରୀ ସୂଚନା ଦେଇଛନ୍ତି।

Share