Categories: ଅନୁଗୋଳ

ବାଗେଡିଆ-ପୁରୁଣାଗଡ ରାସ୍ତାରେ ଗର୍ତ୍ତ

ଛେଣ୍ଡିପଦା,୧୩।୮(ଡି.ଏନ.ଏ.)
ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମଠାରୁ ପୁରୁଣାଗଡ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ପୁରୁଣାସାହି ନିକଟରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଉପରୋକ୍ତ ସ୍ଥାନ ବିପଦସଙ୍କୁଳ ହୋଇଥିବା ଯୋଗୁ ରାତି ସମୟରେ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ସେହି ରାସ୍ତା ନିକଟରେ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶାଖା କେନାଲ ଅତିକ୍ରମ କରିଛି। ଏଠାରେ ସଂଯୋଗ କରାଯାଇଥିବା ହ୍ୟୁମ ପାଇପଟି ଭାଙ୍ଗି ଯାଇଥିବାରୁ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ଉକ୍ତ ସ୍ଥାନରେ ହ୍ୟୁମ ପାଇପ କଲଭର୍ଟ ନିର୍ମାଣ କରିବାସହ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପୁରୁଣାଗଡ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି।