Categories: ଗଞ୍ଜାମ

ବାଇକ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡ଼ା,୧୧ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ପାଙ୍ଗିଡ଼ି ନିକଟରେ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ପାଙ୍ଗିଡ଼ି ଗ୍ରାମର ରାମଚନ୍ଦ୍ର ଗୌଡ଼ (୭୦)। ରାମଚନ୍ଦ୍ର ଶନିବାର ସନ୍ଧ୍ୟାରେ ଗାଧୋଇବା ପାଇଁ ପୋଖରୀକୁ ଯାଉଥିବା ବେଳେ କୁଞ୍ଚୁଡୁ ଗ୍ରାମର ଜୟସେନ୍‌ ବେହେରାଙ୍କ ବାଇକ୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଉଭୟ ଆହତଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

Share
Tags: ganjam