Thief Stealing Burglar Identity Burglary Crime Criminal
ତିହିଡି,୨୯।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗ୍ରାମର ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଶୁକ୍ରବାର ମଧ୍ୟାହ୍ନରେ ୭ଲକ୍ଷ ଟଙ୍କା ଚୋରିକରି ନେଇଛନ୍ତି। ସେ ହେଲେ ସରୋଜ ରାଉତ।
ପ୍ରକାଶ ଯେ, ସରୋଜ ଭଦ୍ରକସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ଘରକୁ ଫେରୁଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧା ବଜାରରେ ବାଇକ୍ ରଖି ନିକଟ ଦୋକାନକୁ ଖାଇବାକୁ ଯାଇଥିଲେ। ଦୋକାନରୁ ଫେରିବା ପରେ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ କେସ୍ ନଂ. ୬୪/୨୦ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।