According to the Rape, Abuse & Incest National Network website, one out of every six American women and one out of every 33 men have been the victim of an attempted or completed rape in his or her lifetime. Sexual assault response coordinators and victim advocates work professionally and diligently to ensure the rights and needs of victims are met.(U.S. Air Force photo by Senior Airman Clayton Lenhardt/Released)
କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଚାର୍ଜଶିଟ ଦାଖଲ କରିବାକୁ ଏନ୍ଏଚ୍ଆର୍ସି ଡିଜି, ଏସ୍ପି ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଶା ଭିକ୍ଟିମ କମ୍ପେନ୍ସେସନ ସ୍କିମ୍-୨୦୧୮ ଅନୁଯାୟୀ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର କର୍ମୀ ଦାସ ଦାବି କରିଛନ୍ତି। ଆଇନ ଅନୁଯାୟୀ ବଳାତ୍କାର ପୀଡ଼ିତାଙ୍କ ଚାର୍ଜଶିଟ୍ ୨ ମାସ ଭିତରେ ଦାଖଲ କରିବା ନିୟମ ରହିଛି। କିନ୍ତୁ ପୋଲିସ ଜାଣିଶୁଣି ଏହାକୁ ଚାପି ରଖୁଛି। ନାବାଳିକାଙ୍କୁ ବଳାତ୍କାର ଘଟଣାରେ ୪ଲକ୍ଷରୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ନିୟମ ରହିଛି। କିନ୍ତୁ ପୀଡ଼ିତା ଏହି କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ରହୁଛି ଏବଂ କୋର୍ଟ କଚେରି ମାମଲା ସମୟରେ ଆର୍ଥିକ ଯନ୍ତ୍ରଣାରେ ପୀଡ଼ିତ ହୋଇ ମାନସିକ ଭାରସାମ୍ୟ ହରାଇବାର ଦୃଷ୍ଟାନ୍ତ ରହିଛି। ଏଣୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ଦେବାକୁ ମାନବାଧିକାର କର୍ମୀ ଏନ୍ଏଚ୍ଆର୍ସିଙ୍କ ନିକଟରେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୭ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଏକୁଟିଆ ଘରେ ଥିବାବେଳେ ଦିପୁନା ତାଙ୍କୁ ପ୍ରଲୋଭନ ଦେଖାଇ ଛାତ ଉପରକୁ ଡାକି ନେଇ ବଳାତ୍କାର କରିଥିଲେ। ଏ ନେଇ ନାବାଳିକାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ. ୧୭୮/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ମାନବାଧିକାର କର୍ମୀ ଦାସ ଏନ୍ଏଚ୍ଆରସିଙ୍କ ନିକଟରେ ମାମଲା ଦାଏର କରିଥିଲେ।